Jump to content

ରିସସ ରୋଗ

ଉଇକିପିଡ଼ିଆ‌ରୁ
Rh disease
Rh-hemolytic disease the newborn, Rh (D) disease[]
Drawing of hydrops fetalis
ବିଭାଗPaediatrics, haematology, transfusion medicine
ଲକ୍ଷଣBaby: Low red blood cells, jaundice[]
Mother: None[]
ଆକ୍ରାନ୍ତ ସମୟBefore or shortly after birth[]
କାରଣExposure of Rh-D negative women to Rh-D positive blood before a subsequent Rh-D positive pregnancy[]
ରୋଗ ନିର୍ଣ୍ଣୟ ପଦ୍ଧତିRoutine prenatal care[]
ପ୍ରତିକାରRho(D) immune globulin[]
ଚିକିତ୍ସାBlood transfusions, phototherapy, intravenous immunoglobulin[]
Prognosis30% risk of severe disability[]
ପୁନଃପୌନିକ>350,000 per year[]
ମୃତ୍ୟୁ ସାନ୍ଦ୍ରତା~38% risk of death[]

ରିସସ ରୋଗ (ଇଂରାଜୀ ଭାଷାରେ Rhesus disease/ Rh), ଯାହା ନବଜାତ ଶିଶୁର ଆର-ହେମୋଲାଇଟିକ ରୋଗ (Rh-hemolytic ( Rh-HDFN ) ଭାବରେ ମଧ୍ୟ ଜଣାଶୁଣା, ନାମ ଦିଆଯାଏ ଯେତେବେଳେ ଗର୍ଭବତୀ ମହିଳାମାନଙ୍କ ଆଣ୍ଟିବଡି ତାଙ୍କ ଶିଶୁର ଲାଲ ରକ୍ତ କଣିକା ଭାଙ୍ଗିଦିଏ ।[] [] ଏହାର ଲକ୍ଷଣରେ ସାଧାରଣତଃ ଶିଶୁର ସ୍ୱଳ୍ପ ଲୋହିତ ରକ୍ତ କଣିକା ଏବଂ ଜଣ୍ଡିସ ହୋଇଥାଏ ।[] ଜନ୍ମ ପୂର୍ବରୁ କିମ୍ବା ଅଳ୍ପ ସମୟ ପରେ ରୋଗ ଆରମ୍ଭ ହୋଇପାରେ ।[] ରୋଗ ଜଟିଳତା ମଧ୍ୟରେ ମୃତ ପ୍ରସବ, ହାଇଡ୍ରପ୍ସ ଫିଟାଲିସ, ବୌଦ୍ଧିକ ଅକ୍ଷମତା, ଶ୍ରବଣ ଶକ୍ତି ହ୍ରାସ, କିମ୍ବା ଦୃଷ୍ଟି ଶକ୍ତି ହ୍ରାସ ହୋଇପାରେ ।[] []

ଆଣ୍ଟି-ଡି ଆଣ୍ଟିବଡି କାରଣରୁ ଏହା ଗର୍ଭସ୍ଥ ଶିଶୁ ଏବଂ ନବଜାତ ଶିଶୁର (HDFN) ଏହ ଏକ ପ୍ରକାର ହେମୋଲାଇଟିକ୍ ରୋଗ ।[] ଏହା ଆରଏଚ-ଡି (Rh-D) ନକାରାତ୍ମକ ମହିଳାମାନଙ୍କଠାରେ ଘଟିଥାଏ, ଯେଉଁମାନେ ଆରଏଚ-ଡି ସକରାତ୍ମକ ରକ୍ତ ପ୍ରତି ସମ୍ବେଦନଶୀଳ ଅଟନ୍ତି ଏବଂ ତା ପରେ ଆରଏଚ-ଡି ପଜିଟିଭ୍ ଶିଶୁ ସହିତ ଗର୍ଭବତୀ ହୁଅନ୍ତି ।[] ପୂର୍ବ ଗର୍ଭଧାରଣ ସମୟରେ କିମ୍ବା ରକ୍ତ ଉତ୍ପାଦର ସଂସ୍ପର୍ଶରେ ସମ୍ବେଦନଶୀଳତା ଘଟିପାରେ ।[] ସମ୍ବେଦନଶୀଳତା ପାଇଁ ବିପଦ କାରଣରେ ମାଆର 'ଓ' ରକ୍ତ ଥିବା ଆବଶ୍ୟକ ।[] ଗର୍ଭାବସ୍ଥାର ରୁଟିନ ଯତ୍ନ ସମୟରେ ଏହି ଅବସ୍ଥା ନିର୍ଣ୍ଣୟ ହୋଇଥାଏ ।[]

ଆରଏଚ-ଡି ନକାରାତ୍ମକ ଗର୍ଭବତୀ ମହିଳାଙ୍କୁ ଆରଏଚଓ (ଡି) ଇମ୍ୟୁନ ଗ୍ଲୋବ୍ୟୁଲିନ ଇଞ୍ଜେକସନ ଦେଇ ପ୍ରାୟ ୯୯% କ୍ଷେତ୍ରରେ ଏହି ରୋଗ ପ୍ରତିରୋଧ ଯୋଗ୍ୟ କରାଯାଇପାରେ ।[] [] ପ୍ରଭାବିତ ଶିଶୁମାନଙ୍କର ଚିକିତ୍ସା ଗମ୍ଭୀରତା ଉପରେ ନିର୍ଭର କରେ ଏବଂ ରକ୍ତ ଟ୍ରାନ୍ସଫ୍ୟୁଜନ, ଫୋଟୋଥେରାପି କିମ୍ବା ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ ଥେରାପି ଦିଆଯାଏ ।[] [] ଜନ୍ମ ପୂର୍ବରୁ ଶିଶୁକୁ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଇପାରେ ।[] କେତେକ କ୍ଷେତ୍ରରେ ସମୟ ପୂର୍ବ ପ୍ରସବ ପାଇଁ ସୁପାରିଶ କରାଯାଇପାରେ; ତେଣୁ ପୂର୍ବରୁ ଚିକିତ୍ସା ଆରମ୍ଭ କରାଯାଇପାରିବ ।[]

ରିସସ ରୋଗ ବର୍ଷକୁ ୩୫୦,୦୦୦ରୁ ଅଧିକ ଶିଶୁଙ୍କୁ ପ୍ରଭାବିତ କରିବା ଆକଳନ କରାଯାଇଛି ।[] ବିକଶିତ ଦୁନିଆରେ ଏହା ଅସାଧାରଣ; ବିକାଶଶୀଳ ଦେଶମାନଙ୍କରେ ଏହା ଅପେକ୍ଷାକୃତ ବାରମ୍ବାର ହୋଇଥାଏ ।[] [] ସଙ୍କଟପୂର୍ଣ୍ଣ ଗର୍ଭଧାରଣରେ ପ୍ରାୟ ଏକ ତୃତୀୟାଂଶ ଶିଶୁ ମୃତ୍ୟୁବରଣ କରନ୍ତି ଏବଂ ଅନ୍ୟ ଏକ ତୃତୀୟାଂଶ ଅକ୍ଷମ ହୁଅନ୍ତି ।[] ୨୦୨୦ ମସିହା ସୁଦ୍ଧା ପ୍ରାୟ ଅର୍ଦ୍ଧେକ ମହିଳା ଯେଉଁମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ଥିଲା, ସେମାନେ ତାହା କରିନଥିଲେ ।[] ଏହି ଅବସ୍ଥା ଅତି କମରେ ୧୬୦୯ ମସିହାରେ ଫ୍ରାନ୍ସରେ ବର୍ଣ୍ଣନା କରାଯାଇଥିଲା କିନ୍ତୁ ସମ୍ଭବତଃ ଖ୍ରୀଷ୍ଟପୂର୍ବ ୪୦୦ ମସିହାରେ ହିପୋକ୍ରେଟସ ଦ୍ୱାରା ମଧ୍ୟ ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Jackson, ME; Baker, JM (March 2021). "Hemolytic Disease of the Fetus and Newborn: Historical and Current State". Clinics in laboratory medicine. 41 (1): 133–151. doi:10.1016/j.cll.2020.10.009. PMID 33494881.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Rhesus disease". nhs.uk (in ଇଂରାଜୀ). 23 October 2017. Archived from the original on 22 February 2023. Retrieved 19 October 2023.
  3. ୩.୦ ୩.୧ "Rhesus disease - Symptoms". nhs.uk (in ଇଂରାଜୀ). 23 October 2017. Archived from the original on 20 July 2023. Retrieved 19 October 2023.
  4. ୪.୦ ୪.୧ "Rhesus disease - Diagnosis". nhs.uk (in ଇଂରାଜୀ). 23 October 2017. Archived from the original on 24 January 2023. Retrieved 19 October 2023.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ Zipursky, A; Bhutani, VK (February 2015). "Impact of Rhesus disease on the global problem of bilirubin-induced neurologic dysfunction". Seminars in fetal & neonatal medicine. 20 (1): 2–5. doi:10.1016/j.siny.2014.12.001. PMID 25582277.
  6. ୬.୦ ୬.୧ Pegoraro, V; Urbinati, D; Visser, GHA; Di Renzo, GC; Zipursky, A; Stotler, BA; Spitalnik, SL (2020). "Hemolytic disease of the fetus and newborn due to Rh(D) incompatibility: A preventable disease that still produces significant morbidity and mortality in children". PloS one. 15 (7): e0235807. doi:10.1371/journal.pone.0235807. PMID 32687543.{{cite journal}}: CS1 maint: unflagged free DOI (link)
  7. ୭.୦ ୭.୧ ୭.୨ "Rhesus disease - Treatment". nhs.uk (in ଇଂରାଜୀ). 23 October 2017. Archived from the original on 7 March 2023. Retrieved 19 October 2023.